ଦେଶ ବିଦେଶ

ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ

Spread the love

ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ।ବୋଇଙ୍ଗର ନ୍ୟୁ ଷ୍ଟାରଲାଇନ କ୍ୟାପସୁଲରେ ସମସ୍ୟା ଯୋଗୁଁ ସେମାନଙ୍କ ଫେରିବା ବିଳମ୍ବ ହୋଇଥିଲା। ଗତ ସେପ୍ଟେମ୍ବରରେ ଷ୍ଟାରଲାଇନର କ୍ୟାପସୁଲ୍‌ଟି ବିନା ମହାକାଶଚାରୀଙ୍କ ସହିତ ପୃଥିବୀକୁ ଫେରିଥିଲା।ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ ବାରାତ, ଜେନେଟ୍ଟ ଏପ୍ସ ଓ ରୁଷ୍‌ର ଆଲେକଜାଣ୍ଡାର ଗ୍ରେବେନକିନ୍।

Leave a Reply

Your email address will not be published. Required fields are marked *