ଦେଶ ବିଦେଶ

ଫୁଟ୍‌ପାଥରେ ଶୋଇଥିବା ବେଳେ ଏକ ଡମ୍ପର୍‌ ଚଢ଼ି ୩ ମୃତ୍ୟୁ

Spread the love

ପୁଣେରେ ସୋମବାର ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି।ଫୁଟ୍‌ପାଥରେ ପ୍ରାୟ ୯ ଜଣ ଲୋକ ଶୋଇଥିବା ବେଳେ ପୁଣେରୁ ଏକ ଘରୋଇ କମ୍ପାନିର ଡମ୍ପର ସେଇ ବାଟ ଦେଇ ଯାଉଥିଲା। ସେଠାରେ ଥିବା ସମସ୍ତ ଶ୍ରମିକ ଶୋଇଥିବା ବେଳେ ଡମ୍ପରଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି।  ଡମ୍ପର ଚାଳକ ଜଣକ ନିଶାସକ୍ତ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ନିଶାସକ୍ତ ଡ୍ରାଇଭର୍କୁ ପୁଲିସ୍‌ ଗିରଫ କରିଛି।

Leave a Reply

Your email address will not be published. Required fields are marked *