ଦେଶ ବିଦେଶ

ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରୀ

Spread the love

ସମଗ୍ର ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେନାରେ ଯୋଗଦେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। ଏହି ବାଟାଲିୟନରେ ୧୦୦୦ରୁ ଅଧିକ ମହିଳା ଯବାନ ରହିବେ। ସିଆଇଏସ୍‌ଏଫ୍‌ରେ ବର୍ତ୍ତମାନ ପ୍ରାୟ ୨,୦୦,୦୦୦ ଯବାନ ଅଛନ୍ତି।ସିଆଇଏସ୍‌ଏଫ୍‌ ମୁଖ୍ୟାଳୟ ନୂତନ ବାଟାଲିୟନର ମୁଖ୍ୟାଳୟ ପାଇଁ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଓ ସ୍ଥାନ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା ରିଜର୍ଭ ୟୁନିଟରେ ଜଣେ ବରିଷ୍ଠ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୧୦୨୫ ଜଣ କର୍ମଚାରୀ ରହିବେ। ବର୍ତମାନ ସିଆଇଏସ୍‌ଏଫ୍‌ ୧୨ଟି ରିଜର୍ଭ ବାଟାଲିୟନର ରକ୍ଷଣାବେକ୍ଷଣ କରୁଛି।

Leave a Reply

Your email address will not be published. Required fields are marked *