ଦେଶ ବିଦେଶ

ଚେନ୍ନାଇ ହସ୍ପିଟାଲରେ ଡାକ୍ତରଙ୍କୁ ଛୁରାମାଡ଼

Spread the love

ଚେନ୍ନାଇର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ବୁଧବାର ଜଣେ ପୂର୍ବତନ ରୋଗୀଙ୍କ ପୁଅ ଛୁରାମାଡ଼ କରିଛନ୍ତି। ଆକ୍ରମଣରେ ଡାକ୍ତର ବାଲାଜୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା ଜଣେ କର୍କଟ ରୋଗୀ ଯିଏ ପୂର୍ବରୁ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘରୋଇ ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ଭୁଲ୍ ସୂଚନା ଦେଇ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ରବିବାର ବିଘ୍ନେଶ କଲାଇନାର ଶତବାର୍ଷିକୀ ହସ୍ପିଟାଲର କର୍କଟ ୱାର୍ଡକୁ ଯାଇ ଡାକ୍ତର ବାଲାଜୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତ ଚେନ୍ନାଇ ବାସିନ୍ଦା ବିଘ୍ନେଶଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *