ଦେଶ ବିଦେଶ

ଗ୍ରେଟର ନୋଏଡ଼ାର ଏକ ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ

Spread the love

ବେଙ୍ଗାଲୁରୁର ଏକ  ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟନର ଭିଡିଓ  ଫେସ୍‌ବୁକ୍‌ରେ ଛାଡ଼ିଥିଲେ। ଏଥିରେ ଏକ ଫୁଲକୁଣ୍ଡରେ ଗଞ୍ଜେଇ ଗଛଟିଏ ଲାଗିଥିବା ଦେଖି କେତେକ ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ଶେଷରେ ପୁଲିସ  ନଜରକୁ ଆସିଥିଲା। ପରେ ଅନୁସନ୍ଧାନରେ ଗ୍ରେଟର ନୋଏଡାରେ ମଧ୍ୟ‌ ଏକ ଆପାର୍ଟମେଣ୍ଟରେ ବେଆଇନ ଗଞ୍ଜେଇ ଚାଷ ଓ କାରବାର ହେଉଥିବା ଜଣାପଡ଼ିଥିଲା।ଏନେଇ ବିଟା-୨ ଓ ଇକୋଟେକ୍‌-୨ ଥାନା ପୁଲିସ ଏବଂ ନାର୍କୋଟିକ୍ସ ବିଭାଗର କର୍ମଚାରୀଙ୍କ ଯୁଗ୍ମ ଟିମ୍‌ ପାର୍ଶ୍ବନାଥ ପାନୋରାମାର ସେହି ଫ୍ଲାଟ୍‌ରେ ଚଢ଼ଉ କରିଥିଲେ।ଘର ଭିତରୁ  ୮୦ଟି ଗଞ୍ଜେଇ ଗଛ, ୧୬୩ ଗ୍ରାମ ଭାଙ୍ଗ, ଗଛଚାଷ ପାଇଁ ବ୍ୟବହୃତ ରସାୟନିକ ସାର, ମଞ୍ଜି, ସାମଗ୍ରୀ ଆଦି ଜବତ କରାଯାଇଥିଲା।ଗଛଗୁଡ଼ିକ ନିମନ୍ତେ ଆବଶ୍ୟକ ଉତ୍ତାପ ରକ୍ଷା କରିବାକୁ ସେ  ୨୪ ଘଣ୍ଟା ଏସି ଚଳାଇ ରଖୁଥିଲେ। ଲୋକଙ୍କ ନଜର ଯେଭଳି ନପଡ଼ିବ, ସେଥିପାଇଁ ସର୍ବଦା ଝରକାକବାଟ ବନ୍ଦ କରି ରଖୁଥିଲେ।  ଗଛଗୁଡ଼ିକର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଜାରି ରଖିବାକୁ ସର୍ବଦା ଲାଇଟ୍‌ ଲଗାଇ ରଖୁଥିଲେ। ପ୍ରତିଗଛ ନିମନ୍ତେ ୫ରୁ ୬ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ପୂର୍ଣ୍ଣ ଗଛ ହେବା ନିମନ୍ତେ ୧୧୦ ଦିନ ଲାଗୁଥିଲା। ସମ୍ପୂର୍ଣ୍ଣ ବଢ଼ିଥିବା ଗଛରୁ ସେ ୭୫ରୁ ୮୦ହଜାର ଟଙ୍କା ପାଉଥିଲେ।

Leave a Reply

Your email address will not be published. Required fields are marked *