ଗୁଜରାଟର ବଡ଼ୋଦରାଠାରେ ଦେଶର ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍ଘାଟିତ
ଗୁଜରାଟର ବଡ଼ୋଦରାଠାରେ ଦେଶର ପ୍ରଥମ ଘରୋଇ ସାମରିକ ବିମାନ କାରଖାନା ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ପେନ୍ ପ୍ରତିପକ୍ଷ ପେଦ୍ରୋ ସାଞ୍ଚେଜ୍ ବହୁ ପ୍ରତୀକ୍ଷିତ ଏହି କାରଖାନାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ସ ନାମରେ ଏହି କାରଖାନା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ କ୍ୟାମ୍ପସରେ ସ୍ଥାପିତ ହୋଇଛି। ଏଠାରୁ ସି-୨୯୫ ବିମାନ ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୫୬ଟି ବିମାନ ନିର୍ମାଣ କରାଯିବ। ଏଥିରୁ ୧୬ଟି ବିମାନ ଏୟାରବସ୍ ସିଧାସଳଖ ଭାବେ ସ୍ପେନରୁ ଆସିବ। ଅବଶିଷ୍ଟ ୪୦ଟି ବିମାନ ବଡ଼ୋଦରାର ଏହି କାରଖାନାରେ ଉତ୍ପାଦନ ହେବ।
