ଟ୍ରେନରେ ଯାଉଥିବା ବାଣ ବିସ୍ଫୋରଣ
ରୋହତକରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଯାଉଥିବା ବାଣ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ଏକ ବଗିରେ ନିଆଁ ଲାଗିଯିବାରୁ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଅସାବଧାନତା ବସତଃ ବାଣ ଓ ଅନ୍ୟ କେତେକ ବିସ୍ଫୋରକ ସାମଗ୍ରୀରେ ବିସ୍ଫୋରଣ ହୋଇଥିଲା ।ଖବର ପାଇ ରେଳବାଇ ପୁଲିସ ଓ ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିଲ୍ଲୀରୁ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଏଫ୍ଏସ୍ଏଲ୍ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି।
