କେରଳରେ ଅଗ୍ନିକାଣ୍ଡ ଘଟି ୮ ଗୁରୁତର
ସୋମବାର କେରଳର କାସାରାଗଡରେ ଏକ ମନ୍ଦିର ମହୋତ୍ସବରେ ଅଗ୍ନିକାଣ୍ଡ ଘଟି ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଆଠ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ରାତି ପ୍ରାୟ ୧୨.୩୦ ବେଳେ ଅଞ୍ଜୁତମ୍ବାଲମ୍ ଭିରାରକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ଉତ୍ସବରେ ଏହି ଅଘଟଣ ଘଟିଥିଲା। ଏକ ବାଣ କାରଖାନାରେ ନିଆଁ ଲାଗିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଦୁର୍ଘଟଣାରେ ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁର ଅନେକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
