ସବୁଠାରୁ ମହଙ୍ଗା ଆଧୁନିକ ଭାରତୀୟ କଳା
ସ୍ବର୍ଗତ ଏମ୍ଏଫ୍ ହୁସେନର ୧୯୫୦ ଦଶକର ଏକ ପେଣ୍ଟିଂ ପ୍ରାୟ ୧୧୮ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ତାଙ୍କର ଏକ ନାମବିହୀନ (ଗ୍ରାମ ଯାତ୍ରା) ଚିତ୍ର ୧୩.୮ ନିୟୁତ ଆମେରିକୀୟ ଡଲାର (୧୧୮ କୋଟି ଟଙ୍କାରୁ ଅଧିକ) ମୂଲ୍ୟରେ ବିକ୍ରି ହୋଇ ଆଧୁନିକ ଭାରତୀୟ କଳାରେ ନୂଆ ରେକର୍ଡ ସୃଷ୍ଟି କରିଛି। ମାର୍ଚ୍ଚ ୧୯ରେ ନ୍ୟୁୟର୍କରେ ଏକ କ୍ରିଷ୍ଟି ନିଲାମରେ ହୋଇଥିବା ଏହି ବିକ୍ରୟ ପୂର୍ବ ରେକର୍ଡକୁ ଭାଙ୍ଗିଛି। ପୂର୍ବ ରେକର୍ଡଧାରୀ ଅମୃତା ଶେର-ଗିଲଙ୍କ ୧୯୩୭ର ‘ଦ ଷ୍ଟୋରି ଟେଲର’ ୨୦୨୩ରେ ମୁମ୍ବାଇରେ ଏକ ନିଲାମରେ ପ୍ରାୟ ୭.୪ ନିୟୁତ ଆମେରିକୀୟ ଡଲାର (୬୧.୮ କୋଟି ଟଙ୍କା) ଆୟ କରିଥିଲା।

