ପୂଣେରେ ମିନି ବସ୍ ଜଳି ୪ଜଣଙ୍କ ମୃତ୍ୟୁ
ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଏକ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗିଯିବାରୁ ଗ୍ରାଫିକ୍ସ କମ୍ପାନିର ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ପୁଲିସ ଭାବିଥିବା ବେଳେ ଏବେ ଏହି ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ତାହା ସାମ୍ନାକୁ ଆସିଛି। କର୍ମଚାରୀଙ୍କ ସହ ବିବାଦ ଏବଂ ଦରମା ବୃଦ୍ଧି ନହେବା ଯୋଗୁଁ ଟ୍ରାଭେଲର ଡ୍ରାଇଭର ରାଗିଯାଇ ଏହି କାର୍ଯ୍ୟ କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଡ୍ରାଇଭର ଜଣକ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି।

