ୟୁଟ୍ୟୁବ୍ ଦେଖି ଆପେଣ୍ଡିକ୍ସ ଅସ୍ତ୍ରୋପଚାର କଲେ ଯୁବକ
ଉତ୍ତରପ୍ରଦେଶର ସୁନରଖ ଗାଁର ଜଣେ ଯୁବକ ୟୁଟ୍ୟୁବ୍ ଦେଖି ନିଜ ଘରେ ନିଜର ଆପେଣ୍ଡିକ୍ସ ଅସ୍ତ୍ରୋପଚାର କରିଛନ୍ତି |ତେବେ ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।ପଚରାଉଚରା ବେଳେ ଯୁବକଜଣକ କହିଥିଲେ ସେ ୟୁଟ୍ୟୁବ୍ରୁ ଆପେଣ୍ଡିକ୍ସ ଅସ୍ତ୍ରୋପଚାର ଦେଖି ଅସ୍ତ୍ରୋପଚାର କରିବା ଶିଖିଥିଲେ। ବଜାରରୁ ବ୍ଲେଡ୍, ଛୁଞ୍ଚି ଆଦି ଆଣି ନିଜର ପେଟ କାଟି ଅସ୍ତ୍ରୋପଚାର କରିବା ସହ ୧୧ଟି ସିଲାଇ କରିଥିଲେ। ଏହାପରେ ତାଙ୍କ ଶରୀରରେ କେତେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ତାଙ୍କୁ ଆଗ୍ରା ଏସ୍ଏନ୍ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

