ଦେଶ ବିଦେଶ

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ

Spread the love

କଣ୍ଟାବାଞ୍ଜି: ସିନ୍ଧେକେଲାକୁ ଏନ ଏ ସି ମାନ୍ୟତା ଘୋଷଣା କରିବାକୁ ନେଇ ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ଆଜି ଶନିବାର ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି। ନାଗରିକ କମିଟିର ସଭାପତି ସୁରିୟା ସାହୁଙ୍କ ନେତୃତ୍ବରେ ବିଭିନ୍ନ ଦଳର ନେତା , ସାମାଜିକ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ ଶାନ୍ତିଶୃଙ୍ଖଳାରେ ବନ୍ଦ ପାଳନ କରାଯାଉଛି।

ସିନ୍ଧେକେଲା ବ୍ଲକ ତଥା ଏନ ଏ ସି ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ରହିଥିବା ବେଳେ ସରକାରୀ ସ୍ତରରେ ଏଥିପ୍ରତି ଧ୍ୟାନ ଦିଆଯାଇନାହିଁ । ବ୍ଲକ ତଥା ଏନ ଏ ସି ମାନ୍ୟତା ଘୋଷଣା ପାଇଁ ଆଗରୁ ମଧ୍ୟ ଗ୍ରାମବାସୀ ପକ୍ଷରୁ ଲିଖିତ ଆବେଦନ କରାଯାଇଛି। ହେଲେ କିଛି ଦିନ ତଳେ ରାଜ୍ୟରେ ୩୪ ଗୋଟି ଏନଏସି ଘୋଷିତ ତାଲିକାରେ ସିନ୍ଧେକେଲାକୁ ବାଦ ଦିଆଯାଇଛି। ତେଣୁ ଏହାର ପ୍ରତିବାଦରେ ବନ୍ଦ ଡାକରା ହିଁ ଶେଷ ଅସ୍ତ୍ର ବୋଲି ମତ ପ୍ରକାଶ ପାଇଥିଲା। ଏଣୁ ଆଜି ୨ ତାରିଖ ଶନିବାର ନାଗରିକ କମିଟି ୧୨ ଘଣ୍ଟିଆ ବନ୍ଦ ପାଳନ କରିବାପାଇଁ ଡାକରା ଦେଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ବନ୍ଦ ପାଳନ କରାଯାଉଛି। ବନ୍ଦରେ ସ୍କୁଲ କଲେଜ ତଥା ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *