ଦେଶ ବିଦେଶ

ସନ୍ଦେହଘେରରେ ସୀମା ହାଇଦର, ଆଇଏସଆଇ ଲିଙ୍କର ବଡ ସନ୍ଦେହ

Spread the love

ପାକ୍ ମହିଳା ସୀମା ହାଇଦରଙ୍କ ପ୍ରେମ କାହାଣୀରେ ନୂଆ ମୋଡ । ସନ୍ଦେହ ଘେରରେ ସୀମା ହାଇଦର । ଆଇଏସଆଇ ଲିଙ୍କର ବଡ ସଂଦେହ । ୨ ଦିନ ଧରି ସୀମା ଏବଂ ସଚିନଙ୍କୁ ଉତ୍ତରପ୍ରଦେଶ ଏଟିଏସ ନନ୍ ଷ୍ଟପ୍ ଜେରା କରିଛି । ଏଥିରେ ସୀମାଙ୍କୁ ନେଇ ବିଭିନ୍ନ ତଥ୍ୟ ସାମନାକୁ ଆସିଛି । ଏହାରି ଭିତରେ ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ବିଭିନ୍ନ ଗଣମାଧ୍ୟମ ସୀମା ହାଇଦର ଏବଂ ତାଙ୍କ ପରିବାର ବିଷୟରେ କହିଛନ୍ତି । ସୀମାଙ୍କ ଦାଦା ଏବଂ ଭାଇ ପାକ୍ ଆର୍ମିରେ ଥିବା କଥା ସତ ବୋଲି କହିଛନ୍ତି ସୀମାଙ୍କ ପୂର୍ବତନ ସ୍ବାମୀ । ଏହା ସହିତ ଗୁଲାମ ହାଇଦର ସୀମା ଏବଂ ତାଙ୍କ ୪ ପିଲାଙ୍କୁ ତାଙ୍କୁ ଫେରାଇଦେବା ପାଇଁ ମଧ୍ୟ ଭାରତ ସରକାରଙ୍କୁ ଅନୁରୋଧ କରିଥିବାର ଜଣାପଡିଛି । ତେବେ ସୀମାଙ୍କୁ ପଚରାଉଚରା ପରେ ଜାମିନ ଦିଆଯାଇଥିଲେ ମଧ୍ୟ ପୁଣି ଥରେ ତାଙ୍କୁ ଗିରଫ କରି ଜେରା କରାଯାଇପାରେ ।

Leave a Reply

Your email address will not be published. Required fields are marked *