ଦେଶ ବିଦେଶ

ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା

Spread the love

ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା । ଏକ ପ୍ରକଳ୍ପରେ ଟ୍ରାନସଫର୍ମର ଫାଟିବାରୁ କରେଣ୍ଟ ଲାଗି ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ପାଖାପାଖି 15 ଜଣଙ୍କର ମୃତ୍ୟୁ ଘଟିଛି । ସେହି ପ୍ରକଳ୍ପରେ 24 ଜଣ ଲୋକ କାର୍ଯ୍ୟ କରୁଥିଲେ । ଏଥିସହ ଜଳି ଯାଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହିତ ପ୍ରଶାସନ ତରଫରୁ ଆହତମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ ପହଂଚାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *