କ୍ରୀଡା

୫ ବର୍ଷ ପରେ ବିଦେଶ ମାଟିରେ ଶତକ ମାରିଲେ ବିରାଟ କୋହଲି

Spread the love

ଦୀର୍ଘ ସମୟ ପରେ ବିଦେଶ ମାଟିରେ ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି ପୂର୍ବତ୍ତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ ସ୍ପେନରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ କୋହଲି ଶତକ ହାସଲ କରିଛନ୍ତି । ଦୀର୍ଘ ୫ ବର୍ଷ ବା ୧୬୭୭ ଦିନ ଏବଂ ୩୧ ଇନିଂସ ପରେ ବିଦେଶ ମାଟିରେ ଶତକ ମାରିବାରେ ସକ୍ଷମ ହୋଇଛନ୍ତି ଭାରତର ଏହି ତାରକା ବ୍ୟାଟର । ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ୨୯ତମ ଏବଂ କ୍ୟାରିୟରର ୭୬ତମ ଶତକ। ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋହଲି ୮୭ ରନ କରି ଅପରାଜିତ ଥିଲେ। ଦ୍ଵିତୀୟ ଦିନରେ ଶତକ ପୂରଣ ପାଇଁ ତାଙ୍କୁ ୧୩ ରନ ଦରକାର ଥିଲା । ୯୧ତମ ଓଭରରେ ଚୌକା ମାରି ମୋଟ୍ ୧୮୦ ବଲ୍‌ରୁ ନିଜର ଶତକ ପୂରା କରିଛନ୍ତି । ଏଥି ସହ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସର୍ବାଧିକ ଶତକ ଲଗାଇବା ମାମଲାରେ କୋହଲି ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଏହା ପୂର୍ବରୁ ସେ ବିଦେଶ ମାଟିରେ ଶେଷ ଟେଷ୍ଟ ଶତକ ୨୦୧୮ ଡିସେମ୍ବର ୧୬ ତାରିଖରେ ଅଷ୍ଟ୍ରେଲିଆର ପର୍ଥରେ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *