ଦେଶ ବିଦେଶ

ସ୍କୁଲ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲା ୪୦ ସ୍କୁଲ ପିଲା

Spread the love

ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ସ୍କୁଲ ବସରେ ନିଆଁ । ପିଲାମାନଙ୍କୁ ଘରକୁ ଛାଡିବାକୁ ଯାଉଥିବା ଏକ ସ୍କୁଲ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସରେ ଅତିକମରେ ୪୦ ଜଣ ପିଲାଥିଲେ । ଧୂଆଁ ଦେଖି ତୁରନ୍ତ ଡ୍ରାଇଭର ବସ୍ ରୋକି ପିଲାମାନଙ୍କୁ ବାହାର କରିଥିଲେ । ବସ୍ କଣ୍ଡକ୍ଟର ଏବଂ ସ୍ଥାନୀୟ ଲୋକ ମିଶି ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଦୀର୍ଘ ସମୟ ପରେ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ତେବେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପିଲାଙ୍କ ଜୀବନ ବଞ୍ଚିଯାଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Leave a Reply

Your email address will not be published. Required fields are marked *