ଚାମ୍ପିଅନ୍ସ ଟ୍ରଫି ଧରି ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତି ସ୍ବଦେଶ ଫେରିଛି ଟିମ୍ ଇଣ୍ଡିଆ । ଏୟାରପୋର୍ଟରେ ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଅଲଗା ଅଲଗା ମୁମ୍ବାଇ ପହଞ୍ଚିଛନ୍ତି । ସେହିପରି ହେଡ କୋଚ ଗୌତମ ଗମ୍ଭୀର, ହର୍ଷିତ ରାଣା ଦିଲ୍ଲୀ ପହଞ୍ଚିଛନ୍ତି । ଅକ୍ଷୟ ପଟେଲ ଅହମଦାବାଦ ପହଞ୍ଚିଛନ୍ତି । ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଚେନ୍ନାଇ ପହଞ୍ଚିଛନ୍ତି ।ଭାରତୀୟ ଟିମର କିଛି ଖେଳାଳି ଦୁବାଇରୁ ସିଧା ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ଏୟାରପୋର୍ଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ୟାନ୍ସ ଜୋରଦାର ସ୍ବାଗତ କରିଥିଲେ । ରୋହିତ ବ୍ଲୁ ରଙଗର ଟିସାର୍ଟ, ବ୍ଲୁ କ୍ୟାପ୍ ଏବଂ ବ୍ଲୁ ଜିନ୍ସ ସହିତ ଏୟାରପୋର୍ଟରେ ନଜର ଆସିଛନ୍ତି । ରୋହିତ ଝିଅ ସମାୟରାଙ୍କୁ କୋଳରେ ଧରି ଚାଲୁଛନ୍ତି ।

