କ୍ରୀଡା

IPL 2025 : ସାମ୍ନାକୁ ଆସିଲା ବଡ ଅପ୍‌ଡେଟ୍‌

Spread the love

ଆଗାମୀ ସିଜିନ୍‌ର ମେଗା ଅକ୍ସନ ନେଇ ଆସିଛି ଲାଟେଷ୍ଟ ଅପ୍‌ଡେଟ୍‌ । ଆଇପିଏଲ୍‌ ୨୦୨୫ କାଉଣ୍ଟଡାଉନ୍‌ । ମେଗା ଅକ୍ସନ ପୂର୍ବରୁ ପ୍ରଥମ ଖେଳାଳିଙ୍କ ରିଟେନି ଏବଂ ରିଲିଜ୍‌ ଲିଷ୍ଟ ଜାରି କରାଯିବ । କ୍ରିକ୍‌ବଜର ଏକ ରିପୋର୍ଟ ଅନୁସାରେ, ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନର ଆୟୋଜନ ଆସନ୍ତା ଡିସେମ୍ବରରେ ହୋଇପାରେ । ଏହାପୂର୍ବରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାଞ୍ଚାଇଜ୍‌ ନିଜ ନିଜର ରିଟେନ୍‌ ଏବଂ ରିଲିଜ୍‌ ଖେଳାଳିଙ୍କ ନାଁ ଘୋଷଣା କରିବେ । ସେପ୍ଟେମ୍ବର ଶେଷ ଆଡକୁ ବିସିସିଆଇର ବାର୍ଷିକ ବୈଠକ ହେବ । ଏହା ତାରିଖ ପାଖାପାଖି ଆଇପିଏଲ୍‌ର କିଛି ନୂଆ ନିୟମର ଘୋଷଣା ବି ହୋଇପାରେ । ଏହାପରେ ଆଗାମୀ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ ।

ତେବେ ଆଇପିଏଲ୍‌ ୨୦୨୪ର ଅକ୍ସନ ଦୁବାଇର ଆୟୋଜନ ହୋଇଥିଲା । କିନ୍ତୁ ଏଥର ମାନେ ୨୦୨୫ ସିଜିନ୍‌ ପାଇଁ ଅକ୍ସନ ଭାରତରେ ଆୟୋଜନ ହୋଇପାରେ । ଏଥିପାଇଁ ମୁମ୍ବାଇ, ଦିଲ୍ଲୀ କିମ୍ବା କୋଲକାତା ଭେନ୍ୟୁ ଉପରେ ବିଚାର କରାଯାଉଛି । କିନ୍ତୁ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

Leave a Reply

Your email address will not be published. Required fields are marked *