ଦେଶ ବିଦେଶ

ଉତ୍ତର ଭାରତରେ ଜଳ ପ୍ରଳୟ; ବନ୍ୟା ଓ ଭୂ-ସ୍ଖଳନରେ ଗଲାଣି ୭୨ ଜୀବନ, ହିମାଚଳକୁ ଅରେଞ୍ଜ ଆଲର୍ଟ

Spread the love

୬ଦିନ ଲଗାଣ ବର୍ଷାରେ ବେହାଲ ଉତ୍ତର ଭାରତ । ପାହାଡ଼ରୁ ସମତଳ ସବୁଠି ଜଳ ପ୍ରଳୟ ଜାରି । ହିମାଚଳ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଅଧା ଦେଶରେ ବନ୍ୟା ବିତ୍ପାତ । ୭ଟି ରାଜ୍ୟରେ ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ପ୍ରାୟ ୭୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ଦେଶର ଏବେ ସୁଦ୍ଧା ୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ । ଗତ ୩ଦିନରେ ୧୨ ଇଞ୍ଚ ବର୍ଷା ହୋଇଛି , ଯାହା ସ୍ବାଭାବିକଠାରୁ ୧୦ ଗୁଣା ଅଧିକ । ଫଳରେ ପାହାଡରୁ ଲଗାତର ଭୂ-ସ୍ଖଳନ ହୋଇ ଚାଲିଛି । ନଦୀର ଉଚ୍ଛୁଳା ସ୍ରୋତରେ ଘରଦ୍ବାର ଭାଙ୍ଗିବା ସହିତ ବ୍ରିଜ୍ ଭସାଇ ନେଉଛି । ହିମାଚଳର ୧୦ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ୫୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଘରୁ ନବାହାରିବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ୫୨ ବର୍ଷର ରେକର୍ଡ ଭାଙ୍ଗିଛି ମନାଲି । କୁଲୁ ଓ ମନାଲି, ମଣ୍ଡି, ବନ୍ୟା ସ୍ଥିତି ଭୟଙ୍କର ରହିଛି। ଫଳରେ ଚଣ୍ଡିଗଡ଼- ମନାଲୀ ଜାତୀୟ ରାଜପଥ ବନ୍ଦ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗ ହିମାଚଳ ପ୍ରଦେଶକୁ ଅରେଞ୍ଜ ଆଲର୍ଟ ଜାରି କରିଛି । ସେପଟେ ଋଷିକେଶ ଏମ୍‌ସ ଭିତରେ ବନ୍ୟା ପାଣି ପ୍ରବେଶ କରିଛି । ସେହିପରି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସମେତ ୨୪ ରାଜ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି । ପଂଜାବରେ ଘାଘର ସତଲେଜ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜନବସତି ଭିତରକୁ ମାଡ଼ିଯାଇଛି ନଦୀ । ଦିଲ୍ଲୀକୁ ଡରାଉଛି ଯମୁନା । ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ବିପଦ ସଙ୍କେତ ଉପରେ ଯମୁନା ନଦୀର ଜଳସ୍ତର ପ୍ରବାହିତ ହେଉଛି। ହାତୀକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ କରଯାଇଥିବାରୁ ଜଳସ୍ତର ବଢୁଛି। ଚାରି ରାଜ୍ୟ ପାଇଁ ୩୯ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି। ପଞ୍ଜାବରେ ୧୪ଟି ଏବଂ ହିମାଚଳକୁ ୧୨ଟି ଟିମ୍ ପଠାଯାଇଛି। ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

Leave a Reply

Your email address will not be published. Required fields are marked *