ପାକିସ୍ତାନ ରେଳ ଷ୍ଟେସନ୍ରେ ବୋମା ବିସ୍ଫୋରଣ
ଶନିବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ଥାନର କ୍ବେତା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମୃତକଙ୍କ ବ୍ୟତୀତ ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି। ପରେଶର ଅଭିମୁଖେ ଯିବାକୁ ଥିବା ଏକ୍ସପ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ରେଳ ପ୍ଲାଟଫର୍ମ ନିକଟରେ ଏହି ବିସ୍ଫୋରଣ ଘଟିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
