ଦେଶ ବିଦେଶ

ବିଶ୍ୱକର୍ମା ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା

Spread the love

ଭାରତର ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିଛନ୍ତି। ଦେଶ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପରିବାରଜନ ନାମରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଯୋଜନା ବିଷୟରେ କହିଛନ୍ତି। ଏହି ଯୋଜନା ମଧ୍ୟରେ ରହିଛି ୧୫ ହଜାର କୋଟିର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ, ସହରରେ ଘର ତିଆରି ପାଇଁ ସୁଧରେ ଛାଡ଼ ଯୋଜନା ଏବଂ ୨ କୋଟି ଲକ୍ଷପତି ଦିଦି।

ବିଶ୍ବକର୍ମା ଯୋଜନା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବରରେ ବିଶ୍ବକର୍ମା ଜୟନ୍ତୀ ଅବସରରେ ଦେଶରେ ବିଶ୍ବକର୍ମା କୌଶଳ ସମ୍ମାନ ଯୋଜନା ଆରମ୍ଭ ନେଇ ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ବାରା ଦେଶର ଛୋଟ କର୍ମଜୀବୀ ଏବଂ କାରିଗରଙ୍କୁ ଆର୍ଥିକ ସହଯୋଗ ମିଳିବ। ଯାହାଦ୍ବାରା ସେମାନଙ୍କୁ ଋଣରୁ ଆରମ୍ଭ କରି ପ୍ରଶିକ୍ଷଣ, ଆଧୁନିକ ପ୍ରଯୁକ୍ତି ସୂଚନା ଏବଂ କୌଶଳ ସହ ଜଡ଼ିିତ ସହଯୋଗ ଯୋଗାଇଦିଆଯିବ। ଏହି ସ୍କିମ୍‌ ସାହାଯ୍ୟରେ କ୍ଷୁଦ୍ର କର୍ମଜୀବୀ, କାରିଗର ଆଦି ଶ୍ରେଣୀର ଲୋକଙ୍କୁ ଏମଏସଏମଇ ସହ ଯୋଡ଼ିବା ଏବଂ ତାଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *