ଦେଶ ବିଦେଶ

ପଶ୍ଚିମବଙ୍ଗରେ ହିଂସା ଯୋଗୁ ବ୍ୟାହତ ହୋଇଛି ପଞ୍ଚାୟତ ନିର୍ବାଚନ

Spread the love

ଏଥିପାଇଁ ୬୦୦ରୁ ଅଧିକ ପୋଲିଂ ବୁଥରେ ପୁଣି ଥରେ ହେବ ନିର୍ବାଚନ। ଆଜି ସାକାଳ ୭ ଟାରୁ ଏହି ଭୋଟିଂ ପ୍ରକିୟା ଆରମ୍ଭ ହୋଇଛି ଯାହା ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ। ମୁର୍ସିଦାବାଦରେ ୧୭୫, ମାଲଦାରେ ୧୧୨, ନଦିଆରେ ୯୦, ଉତ୍ତର ୨୪ ପ୍ରଗଣାରେ ୪୬, ଦକ୍ଷିଣ ୨୪ ପରଗାନାରେ ୩୬, ପୂର୍ବ ମେଦିନୀପୁର ୩୧, ହୁଗଲି ୨୯, ଦକ୍ଷିଣ ଦିନାଜପୁରରେ ୧୮, ଜାଲପାଇଗୁରୀ ଓ ବୀରଭୂମରେ ୧୪ ଲେଖାଏ ବୁଥ, ପଶ୍ଚିମ ମେଦିନୀପୁରରେ ୧୦, ବାଙ୍କୁରା ଓ ହାୱାଡ଼ା ୮, ପଶ୍ଚିମ ବର୍ଦ୍ଧମାନ ୬, ପୁରୂଲିଆ ୪, ପୂର୍ବ ବର୍ଦ୍ଧମାନ ୩ ଏବଂ ଆଲିପୁରଦାରରେ ୧ ବୁଥ୍‌ରେ ନିର୍ବାଚନ ହେବ। ଶନିବାର ପଞ୍ଚାୟତ ନିର୍ବାଚନ ପାଇଁ ପଶ୍ଚିମବରେ ତୀବ୍ର ହିଂସା ଦେଖିବାକୁ ମିଳିଥିଲା। ରାଜ୍ୟ ସାରା ନିଆଁ ଜଳିଥିଲା। ଖଣ୍ଡା ଭୁଜାଲି ଚାଲିଥିଲା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନା ସ୍ଥାନେ ବାଲଟ ପେପର ଚୋରି କରି ନେବା ସହିତ ବାଲଟ ବକ୍ସ ଚୋରି କରାଯାଇଥିଲା। ସୂଚନା ଅନୁସାରେ, ରାଜ୍ୟର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୭୩ ହଜାର ୭୭୮ ଆସନ ଥିବା ବେଳେ ୧.୦୬ ଲକ୍ଷ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଥିଲେ।

Leave a Reply

Your email address will not be published. Required fields are marked *