ବଢୁଛି ଚୋରା କୋଇଲା କାରବାର, ଟ୍ରକକୁ ଧରି ପୋଲିସ ଜିମା ଦେଲେ ଲୋକେ
ବଢୁଛି କୋଇଲା ଚୋରା ଚାଲାଣ । ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଉଠୁଛି ପ୍ରଶ୍ନ । ଏମିତିକି ପୋଲିସର ସହାୟତା ନେଇ କୋଇଲା ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଭଦ୍ରକ ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଏକ କୋଇଲା ବୋଝେଇ ଟ୍ରକ ଧୂଷୁରି ଥାନା ଅଧିନ ଅଞ୍ଚଳରେ ଖରାପ ହୋଇଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲ । ଜଣେ ମହିଳା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଫେରିଆସିଥିବା ଅଭିଯୋଗ ହୋଇଛି । ଗାଡି ସଜାଡି ପୁଣି ଟ୍ରକକୁ ନେଇ ପଳାଇଥିବା ବେଳେ ଲୋକେ ଟ୍ରକକୁ ଅନଳଡିହ ଠାରେ ଅଟକାଇ ଧାମନଦର ଏସ୍ଡିପିଓଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସ ଚୋରା କୋଇଲା ବୋଝେଇ ଟ୍ରକୁ ଅଟକ ରଖିଛି । କିନ୍ତୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରୁ କୋଇଲା ଚୋରା ଚାଲାଣ ବେଳେ ଧୁଷୁରି ଦେଇ ଯାଜପୁର ଯିବା ବେଳେ ଧରିଛନ୍ତି ଲୋକେ ।
