ରାଜଧାନୀ ଭୁବନେଶ୍ୱରରେ NIA ଟିମ୍, ଓଟିପି ସେୟାରିଂ ମାମଲାର କରିବ ଛାନ୍ଭିନ୍
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଓଟିପି ସେୟାରିଂ ମାମଲା । ଭୁବନେଶ୍ୱରରେ ପହଞ୍ଚିଲା ଜାତୀୟ ତଦନ୍ତାକାରୀ ସଂସ୍ଥା (NIA) । ଓଟିପି ସେୟାର ମାମଲାର ଛାନ୍ଭିନ୍ କରିବା ସହ ଅଭିଯୁକ୍ତ ଅଭିଜିତ୍କୁ ବି କରିବ ପଚରାଉଚରା । ସେପଟେ ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲା । ଦେଶଦ୍ରୋହ ତଥ୍ୟ ଉଣ୍ଡାଳୁଛି ଆଇବି ଏବଂ ଏଟିଏସ୍ । ମହାରାଷ୍ଟ୍ର ATSର ୩ ଅଫିସର ଏବଂ ଇଣ୍ଟେଲିଜେନସ୍ ବ୍ୟୁରୋର ୨ ଅଫିସର – ଭୁବନେଶ୍ବର କ୍ରାଇମବ୍ରା଼ଞ୍ଚର ଏସଟିଏଫ୍ କାର୍ଯ୍ୟାଳୟରେ ପୁନେରୁ ଧରାପଡିଥିବା ସଞ୍ଜୟ ଜମ୍ବୁରେକୁ ମାରାଥନ ଜେରା କରିଛନ୍ତି । ତା ଜରିଆରେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଓ ଗୁପ୍ତଚରଙ୍କ ଚେର ଖୋଜା ଚାଲିଛି । ଜେରା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଆଉ ଏବେ ସଞ୍ଜୟ ଜମ୍ବୁରେକୁ NIA ଅଧିକାରୀମାନେ ଜେରା କରିବେ । ପାକିସ୍ତାନର ଡାନିସ ଓରଫ ସୟଦ ଡାନିସ ଅଲ୍ଲୀ ଓ ଖୁରାମ ଓରଫ ଅବଦୁଲ ହମିଦ ସହିତ ସଂଜୟର ଲିଙ୍କ ଥିଲା । କେବଳ ଓଟିପି କି ଆକ୍ଟିଭେଟେଡ ସିମ ନୁହେଁ ସଂଜୟ ଭାରତର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ତଥ୍ୟ ପାକିସ୍ଥାନୀ ଏଜେଣ୍ଟଙ୍କୁ ସେୟାର କରିଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍ ।
