ଆଞ୍ଚଳିକ

ଜଗା କାଳିଆ ଚାରିଟେବୁଲ୍ ଫାଉଣ୍ଡେସନ୍ ଦ୍ୱାରା ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ରେ ସ୍ୱେଚ୍ଛାସେବୀ ଚାରିଟି କ୍ୟାମ୍ପ ଆୟୋଜିତ |

Spread the love

2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଶୁଭ ଅବସରରେ, ସ୍ୱେଚ୍ଛାସେବୀ ସଂଗଠନ ଜଗା କାଳିଆ ଚାରିଟେବୁଲ୍ ଫାଉଣ୍ଡେସନ୍ ଦ୍ୱାରା ଚେୟାରମ୍ୟାନ୍ ଆଡଭୋକେଟ୍ ଉମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ କଲୋନୀ,ଭୁବନେଶ୍ୱରରେ ଏକ ସ୍ବେଚ୍ଛାସେବୀ ଦାନ ଶିବିର ଆୟୋଜନ ହୋଇଯାଇଅଛି,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଦସ୍ୟ ଶ୍ରୀ କ୍ରୁପାନିଧି ବିଶ୍ୱାଳ (ଉପାଧ୍ୟକ୍ଷ- କାର୍ଯ୍ୟ), ପ୍ରଫେସର ଜୟନ୍ତ କୁମାର ସାହୁ (ସଚିବ), ଶ୍ରୀ ମନୋଜ କୁମାର ପାଣିଗ୍ରାହି (ଯୁଗ୍ମ ସଚିବ), ଶ୍ରୀମତୀ ପାୟଲ ଆଚାର୍ଯ୍ୟ (ଯୁଗ୍ମ ସଚିବ) ଏବଂ Patrons ଶ୍ରୀ ପ୍ରଭାତ କୁମାର ଜେନା , ଶ୍ରୀ ଅଜୟ କୁମାର ବିଶ୍ୱାଳ ଏବଂ ରାମ ପ୍ରସାଦ ପାତ୍ର ଆଦି ଯୋଗ ଦେଇ କାର୍ଯ୍ୟକ୍ରମ ଟିର ଶୁଭାରମ୍ଭ କରିଥିଲେ |

ଅନେକ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ନିଜର ନିଃସ୍ୱାର୍ଥପର ଯୋଗଦାନ ସ୍ୱରୂପ ଭୁବନେଶ୍ୱରର ଗୋପବନ୍ଧୁ କଲୋନୀ ବାସିନ୍ଦାଙ୍କୁ ଫଳ ଏବଂ ବିସ୍କୁଟ ବଣ୍ଟନ କରିଥିଲ । ଫାଉଣ୍ଡେସନ ତରଫରୁ ସହିଦ ନଗରର ଶାନ୍ତି ପଲ୍ଲୀ ଅଞ୍ଚଳରେ ମଧ୍ୟ ଫଳ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା କିଛି ଅଭିଯୋଗ ଏବଂ ଗୁହାରି ମଧ୍ୟ ଶୁଣି ତାହାର ବିହିତ ପଦକ୍ଷେପ ନେଇ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଦୁଃଖୀ ଦରିଦ୍ରଙ୍କ ସାଥି ଜଗା କାଲିଆ ଚାରିଟେବୁଲ୍ ଫାଉଣ୍ଡେସନର ନିଜର ପ୍ରତିବଦ୍ଧତା, ସମର୍ପଣ ଭାବ ଏବଂ ପରୋପକାରୀତାର ପ୍ରୟାସ ଉଦ୍ୟମ ପାଇଁ ଜନମାନସରେ ଉଚ୍ଚ ପ୍ରଶଂସିତ ହୋଇଥିଲା |

ଫାଉଣ୍ଡେସନର ଉଦ୍ଦେଶ୍ୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, କଳା ଏବଂ ସଂସ୍କୃତିର ପ୍ରୋତ୍ସାହନ, କ୍ରୀଡ଼ା ବିକାଶ, ଶିଶୁ କଲ୍ୟାଣ, ବୃଦ୍ଧାବୃଦ୍ଧଙ୍କ ଯତ୍ନ, ଆଇନ ସହାୟତା, ଗ୍ରାମୀଣ ବିକାଶ, ଜଳ ସଂରକ୍ଷଣ, ବିପର୍ଯ୍ୟୟ ପ୍ରଶମନ ସହିତ ବିଭିନ୍ନ କ୍ଷେତ୍ରରେ ବ୍ୟାପିଛି ଏବଂ ସନ୍ଥା ଦ୍ୱାରା ସମାଜର ସାମଗ୍ରିକ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି |

Leave a Reply

Your email address will not be published. Required fields are marked *