ୟାର ମାର୍ଶଲ ଅମରପ୍ରୀତ ସିଂ ହେବେ ବାୟୁସେନାର ନୂଆ ମୁଖ୍ୟ
ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ୟାର ମାର୍ଶଲ ଅମରପ୍ରୀତ ସିଂ । ବିବେକ ରାମ ଚୌଧୁରୀ ଅବସର ନେବା ପରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ଏବେ ବାୟୁସେନାର ଉପମୁଖ୍ୟ ଭାବେ କାମ କରୁଛନ୍ତି ଅମରପ୍ରୀତ ସିଂ ।
ଅମରପ୍ରୀତ ସିଂ ଫେବୃଆରୀ ୨୦୨୩ରୁ ଭାରତୀୟ ବାୟୁ ସେନାର ୪୭ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି । ୧୯୮୪ରୁ ସେ ଭାରତୀୟ ସେନାରେ ରହିଛନ୍ତି ।

