ଦେଶ ବିଦେଶ

ଆସନ୍ତା ୧୪ରେ ISRO ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ ଡକ୍ଟର ଭି. ନାରାୟଣନ

Spread the love

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି । ସେ ଏବେ ଲିକ୍ୟୁଇଡ ପ୍ରପଲ୍ୟୁସନ୍ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥଙ୍କଠାରୁ ନୂଆ ଦାୟିତ୍ବ ଗ୍ରହଣ କରିବେ । ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ ।ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ନାରାୟଣନଙ୍କର ଏକ ପ୍ରମୁଖ ସଫଳତା ହେଉଛି GSLV Mk III ଯାନର C25 କ୍ରିଏଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଆଦିତ୍ୟ ମହାକାଶଯାନ, GSLV Mk-III ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -3 ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ । କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମଟେକ ସହ ଆଇଆଇଟି ଖଡ଼ଗପୁରରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ଭି. ନାରାୟଣନ |

Leave a Reply

Your email address will not be published. Required fields are marked *