ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ପୁରା କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଭଲ ସମ୍ପର୍କ ନ ଥିବା କେତେକ ବ୍ୟକ୍ତି ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାରେ ଈର୍ଷାନ୍ବିତ ହୋଇପାରନ୍ତି । ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ ।

ବୃଷ : ଆଜି ଅର୍ଥଲାଭ ସାଙ୍ଗକୁ ବିଳାସବ୍ୟସନ ପ୍ରତି ବିଶେଷ ରୁଚି ବଳିବ । ଆନୁଷ୍ଠାନିକ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନ ଭଲରେ ଚାଲିବ ।

ମିଥୁନ : ପରିସ୍ଥିତିରେ ପଡ଼ି ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନସନକୁ ନିମନ୍ତ୍ରଣ କରିପାରନ୍ତି । ପ୍ରିୟାପ୍ରୀତି ତୋଷଣ କାରଣ ନେଇ ଅପଦସ୍ଥ ହେବାକୁ ପଡ଼ିପାରେ । ପରିବାରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ ।

କର୍କଟ : ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଟିକୁ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପଡ଼ିବେ । ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ ।

ସିଂହ : ଆଜି ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିବେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ । ପାରିବାରିକ ଦିଗଟି ମନ୍ଦ ହେବନି ଏବଂ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବେ ।

କନ୍ୟା : ଖଳଲୋକଙ୍କ ଦ୍ୱାରା ସୃଷ୍ଟ ସମସ୍ୟା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିପାରନ୍ତି । ଆପଣଙ୍କ ଗୋପନୀୟ କାର୍ଯ୍ୟ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିପାରେ । ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ ।

ତୁଳା : ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି କୌଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରିପାରନ୍ତି । ସବୁ ଆଡକୁ ନଜର ଦେଇ କାମ ନ କଲେ ଅସୁବିଧାରେ ପଡ଼ିବେ । ପଡ଼ିଶାଙ୍କ ସହ ବହୁଦିନର ମନାନ୍ତରର ସମାଧାନ ହୋଇଯିବ ।

ବିଛା : ଘରୋଇ କ୍ଷେତ୍ରରେ କେତେକ ଘଟଣାରେ ମନକଥା ମନରେ ରଖିପାରିବେ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ ସକାଶେ ଚେଷ୍ଟା କରିପାରନ୍ତି । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଅଫିସିଆଲି କାମଗୁଡ଼ିକ କରିବାକୁ ବାଧ୍ୟ ହେବେ ।

ଧନୁ : ଆଜି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ପାଇପାରିବେ । ତଥାପି ପରୋକ୍ଷ ଶତ୍ରୁତା ଜନିତ କେତେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଆକସ୍ମିକ ଭାବରେ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି ।

ମକର : ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ବନ୍ଧୁତା ସୃଷ୍ଟି ହେବ । ନିଜର ଅବିମୃଶ୍ୟକାରିତା ହେତୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି । ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ, କିନ୍ତୁ ଆଶଙ୍କା ଲାଗି ରହିବ ।

କୁମ୍ଭ : ଆଜି ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଲାଭକରି ଆପଣ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରି ପାରିବେ । ନିଜ ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମିଯାଇପାରେ । ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ ।

ମୀନ : ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କିମ୍ବା କାମ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଅଟକିଥିବା ଅଫିସ୍‌ କାମ ତ୍ୱରାନ୍ବିତ ହେବ, ଏବଂ ସମସ୍ୟା ଦୂରେଇଯିବ ।

Leave a Reply

Your email address will not be published. Required fields are marked *