ଦେଶ ବିଦେଶ

ଏନଡିଏ ସାଂସଦଙ୍କୁ 10ଟି ଗ୍ରୁପ୍‌ରେ ବିଭକ୍ତ କଲେ ପ୍ରଧାନମନ୍ତ୍ରୀ

Spread the love

ମିଶନ 2024 ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏନଡିଏ ସାଂସଦଙ୍କୁ 10ଟି ଗ୍ରୁପ୍‌ରେ ବିଭକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରତି ଗ୍ରୁପରେ ୩୦ରୁ ୪୦ ଜଣ ସାଂସଦ ରହିବେ । ଏହି ଗ୍ରୁପ୍‌ ଗୁଡିକ ପାଇଁ 10 ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ଅନୁରାଗ ଠାକୁର, ଧର୍ମେନ୍ଦ୍ର ପ୍ରଧାନ, ନିତ୍ୟାନନ୍ଦ ରାୟ, ସରବାନନ୍ଦ ସୋନୋୱାଲ, ପ୍ରହଲ୍ଲାଦ ଯୋଶୀ, ଅର୍ଜୁନ ରାମ ମେଘୱାଲଙ୍କ ସମେତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀମାନେ ଏହି ଦାୟିତ୍ବରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଏହି ଗ୍ରୁପ୍‌ ର ବୈଠକ କରିବା ସହ ସାଂସଦଙ୍କଠାରୁ ଫିଡବ୍ୟାକ ମଧ୍ୟ ନେବେ । ଜୁଲାଇ ୨୫ରୁ ଗ୍ରୁପ ଗୁଡ଼ିକର ବୈଠକ ଆରମ୍ଭ ହେବା ନେଇ ସୂଚନା ରହିଛି । ବୈଠକରେ ଅଞ୍ଚଳର ବିକାଶର ସ୍ଥିତି ଏବଂ କେନ୍ଦ୍ରର ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସାଂସଦମାନଙ୍କୁ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ ମୋଦି ।

Leave a Reply

Your email address will not be published. Required fields are marked *