ଦେଶ ବିଦେଶ

ତୀର୍ଥଯାତ୍ରୀ ବସ୍ ଖାଲ କୁ ଖସି ୫ ମୃତ

Spread the love

ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲେ। ଗୁଜରାଟର ଡାଙ୍ଗ ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌  ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ନିୟନ୍ତ୍ରଣ ହରାଇ ଗଭୀର ଖାଲକୁ ଖସି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି।ରବିବାର ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ତତ୍କାଳ ସହଯୋଗ କରିବାରୁ ଉଦ୍ଧାର ତ୍ବରାନ୍ବିତ ହୋଇଥିଲା ଏବଂ ଅନେକ ଜୀବନ ରକ୍ଷା ପାଇଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ବସ ଦୁର୍ଘଟଣାରେ ୩୦ରୁ ଅଧିକ  ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି।

Leave a Reply

Your email address will not be published. Required fields are marked *