ଦେଶ ବିଦେଶ

୨ ଜଣ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ

Spread the love

ମାଲକାନଗିରି: ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଶୁକ୍ରବାର ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ଦୁଇ ଜଣଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ତାମି ବୋଲି ଜଣାପଡିଛି। ମାଲକାନଗିରି ଜିଲା ପୁଲିସ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ ମିନା ସୂଚନା ଦେଇଛନ୍ତି। ଏହି ଦୁଇ ମାଓବାଦୀ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡିତ ଥିବାବେଳେ ଏମାନଙ୍କ ନାମରେ ୬ଲକ୍ଷ ଟଙ୍କା ଲେଖାଁଏ ଇନାମ ରହିଥିଲା। ତେବେ ମାଓ ସଙ୍ଗଠନରେ ବଡ଼ ଓ କ୍ୟାଡର ମାଓବାଦୀଙ୍କ ଅତ୍ୟାଚାର ସହ ସଙ୍ଗଠନ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ କରିବା ନିମନ୍ତେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଆଜିର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ନିତେସ ୱାଧୱାନି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *