ଦେଶ ବିଦେଶ

ରାଜଧାନୀ ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୨୪ ଘଣ୍ଟାରେ ବର୍ଷିଲା ୨୫୩ ମିମି

Spread the love

ରାଜଧାନୀ ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ୨୪ ଘଣ୍ଟାରେ ବର୍ଷିଲା ୨୫୩ ମିମି। ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ବର୍ଷାରେ ଉପୁଜିଥିବା ସ୍ଥିତିର ସମୀକ୍ଷା କରିବାକୁ ମନ୍ତ୍ରୀ ଅତିଶ ତିଲକ ସେତୁ ଏବଂ ଆଇଟିଓ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତକାଲିଠୁ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଆଜି ସକାଳୁ ମଧ୍ୟ କିଛି ଭାଗରେ ପ୍ରବଳ ବର୍ଷା ଜାରି ରହିଛି। ଆଇଏମଡି ଆଜି ସକାଳେ ଏକ ଟ୍ୱିଟ୍‌ କରି କହିଛି, ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା କାରଣରୁ ଗୁରୁଗ୍ରାମ ପୋଲିସ୍‌ ଷ୍ଟେସନରେ ପାଣି ପସିଛି। ଖାଲି ଏତିକି ନୁହେଁ ଗୁରୁଗ୍ରାମର ନରସିଂହପୁର ଛକ ନିକଟରେ ଜଳ ଭରିଯାଇଛି। ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଯେ, ଦିଲ୍ଲୀର ସବୁ ବିଭାଗର ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରିବା ପାଇଁ।

Leave a Reply

Your email address will not be published. Required fields are marked *