ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ; ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ମତଦାନ, ୧୧ରେ ପ୍ରକାଶ ପାଇବ ରେଜଲ୍ଟ
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଭୋଟିଂ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । ରାଜ୍ୟରେ ସମୁଦାୟ ୭୩ ହଜାର ୮୮୭ ଗ୍ରାମପଞ୍ଚାୟତ ଆସନରୁ ୯ହଜାର ୧୩ଟି ଆସନରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀ ନିର୍ବାଚିତ ହୋଇସାରିଛନ୍ତି । ତୃଣମୂଳ କଂଗ୍ରେସର ୮ହଜାର ୮୭୪ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଲାଗି ରହିଥିବାରୁ ଶାନ୍ତି ଶୃଙ୍ଖଳାର ସହ ମତଦାନ ଲାଗି ୧ଲକ୍ଷ ୩୫ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସେହିପରି ୪୮୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସର ମୁତୟନ ହୋଇଛନ୍ତି ।
