ଅଗ୍ନିକାଣ୍ଡ ଯୋଗୁ ଲଣ୍ଡନର ହିଥ୍ରୋ ବିମାନବନ୍ଦର ବନ୍ଦ
ଲଣ୍ଡନର ହିଥ୍ରୋ ବିମାନବନ୍ଦର ବନ୍ଦ ହେବା ପରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ବିମାନ ସମେତ ଆନୁମାନିକ ୧,୩୫୧ଟି ବିମାନ ଶୁକ୍ରବାର ବାତିଲ ହୋଇଛି |ସହରର ପଶ୍ଚିମ ଭାଗରେ ଥିବା ଏକ ବିଦ୍ୟୁତ୍ ସବ୍ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ବିଦ୍ୟୁତ୍ ବିଚ୍ଛିନ୍ନ ହେବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିମାନବନ୍ଦରକୁ କେବେ ବିଜୁଳି ସଂଯୋଗ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ତଥା ଲଣ୍ଡନ ଓ ଆଖପାଖ ଅଞ୍ଚଳର ସବୁଠାରୁ ବଡ଼ ବିମାନ ବନ୍ଦର ହିଥ୍ରୋରେ ଭୀଷଣ ବିଶୃଙ୍ଖଳା ଦେଖିବାକୁ ମିଳିଛି ଏବଂ ରାଜଧାନୀ ବ୍ରିଟେନରେ ୧୬,୦୦୦ରୁ ଅଧିକ ଘରୁ ବିଦ୍ୟୁତ୍ ସଂଯୋଗ କଟିଯାଇଛି।ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲଣ୍ଡନ ହିଥ୍ରୋ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା। ମାର୍ଚ୍ଚ ୨୧ ତାରିଖ ପାଇଁ ଲଣ୍ଡନ ହିଥ୍ରୋରୁ ଆସୁଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ବାତିଲ କରାଯାଇଥିଲା। ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ଅନେକ ଏୟାରଲାଇନ୍ସ ବିମାନକୁ ବାତିଲ କିମ୍ବା ଡାଇଭର୍ଟ କରାଯାଇଛି। ଲଣ୍ଡନ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡ଼ି ଓ ୭୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିଛି।

