ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’
ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଘଣ୍ଟାଏ ଯାଏ ଲିଭିବ ଆଲୁଅ।ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ। ‘ଆର୍ଥ ଆଓ୍ୱାର୍’ରେ ୧ ଘଣ୍ଟା ଆମ ପୃଥିବୀ ମାଆ ପାଇଁ ପାଳନ କରିବାକୁ ରାଜ୍ୟବସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍କୁ ସୁଇଚ୍ ଅଫ କରିଥାନ୍ତି। ଏହା ହେଉଛି ଏହି ଆର୍ଥ ଆଓ୍ୱାର୍ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

