ୟୁନିଟ-୩ରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡ
ଶୁକ୍ରବାର ରାତି ପ୍ରାୟ ସାଢେ ୧୦ଟା ରେ ଶ୍ରୀୟା ଛକ ନିକଟରେ ଥିବା ଅରେଲିଆ ସପିଙ୍ଗ ମଲ୍ର ଦ୍ୱିତୀୟ ମହଲାରୁ ଧୂଆଁ ବାହାରିଥିଲା । ମଲ୍ ବାହାରେ ଜଗିଥିବା ସୁରକ୍ଷାକର୍ମୀ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । କଳ୍ପନା ଓ ଲୋକସେବା ଭବନରୁ ୨ଟି ଦମକଳ ଗାଡି କିଛି ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଲା । କିନ୍ତୁ ସପିଙ୍ଗ ମଲରେ ତାଲା ପଡ଼ିଥିବାରୁ ଆଗ୍ନିକମାନେ ଭିତରକୁ ପଶି ପାରିନଥିଲେ । ପରେ ୨ଟି ସିଡ଼ି ଯୋଗେ ଅଗ୍ନିଶମ କର୍ମଚାରୀମାନେ ଦ୍ୱିତୀୟ ମହଲାକୁ ଚଢ଼ିଥିଲେ । ବାହାରପଟୁ କାଚ ଓ ଫାଇଭରକୁ ଭାଙ୍ଗି ଭିତରକୁ ପଶିଥିଲେ । ସେତବେଳକୁ ଦ୍ୱିତୀୟ ମହଲାର କିଛି ଅଂଶ ଜଳୁଥିଲା । ଅଗ୍ନିଶମ କର୍ମଚାରୀମାନେ ପାଣି ସ୍ପ୍ରେ କରି ନିଆଁ ଲିଭାଇଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

