ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ପରଲୋକ
ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ପୂର୍ବତନ ବିଧାୟକଙ୍କ ଅତିଥି ଭବନରେ ରହୁଥିଲେ। ସକାଳୁ ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହୃଦ୍ରୋଗରେ ପୀଡ଼ିତ ଥିବା କୁହାଯାଉଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ଡାକ୍ତର କହିଛନ୍ତି |ବିଜୁ ଜନତା ଦଳରୁ ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ହୋଇଥିଲେ। ତାଙ୍କ ମର ଶରୀରକୁ ହସ୍ପିଟାଲ୍ରୁ ପ୍ରଥମେ ଶଙ୍ଖ ଭବନ ଓ ପରେ ବିଧାନସଭା ନିଆଯାଇଥିଲା। ଶଙ୍ଖ ଭବନରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଲେଲିନ୍ ମହାନ୍ତି, ପୂର୍ବତନ ମେୟର ମିହିର ମହାନ୍ତିଙ୍କ ସମେତ ବହୁ କର୍ପୋରେଟର ଶେଷ ଦର୍ଶନ କରିଥିଲେ। ହସ୍ପିଟାଲ୍ରେ ଏକାମ୍ର ବିଧାୟକ ବାବୁ ସିଂହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

