ସର୍ଜିକାଲ୍ କିଟ୍ ଗୋଦାମରେ ଅଗ୍ନିକାଣ୍ଡ
ବୁଧବାର ସକାଳେ ପାହାଳ ରୁଦ୍ରପୁରସ୍ଥିତ ଏକ ମେଡିକାଲ୍ ଉପକରଣ (ସର୍ଜିକାଲ୍ କିଟ୍) ଗୋଦାମରେ ନିଆଁ ଲାଗିଯିବାରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉପକରଣ ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟକୁ ଗୋଦାମ ବନ୍ଦ ଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଜୀବନହାନୀ ଭଳି କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଏହି ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ୪ଟି ଦମ୍କଳ ଗାଡ଼ିକୁ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଏହା ଘଟିଥିବା ସନ୍ଦେହ କରାଯାଉଛି।

