ମନୋରଞ୍ଜନ

ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ପରଲୋକ

Spread the love

ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଆଉ ନାହାନ୍ତି। ତାଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଛି |ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ ସେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଗୀତିକବି ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।ବୃନ୍ଦାବନ ଜେନା କେତେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଏମିତି ରାତି ସେ ଯେ ଅଭୁଲା ସ୍ମୃତି..(ସଉତୁଣୀ), ଆତ୍ମୀୟ ସ୍ବଜନ ବନ୍ଧୁ କେହି ନୁହେଁ ଚିର…(କୁଳଚନ୍ଦ୍ରମା), ପୀରତି ତୋର ଦୁରୁ ଜୁହାର..(ଧରିତ୍ରୀ) ଆଦି ଗୀତ ଆଜି ଶ୍ରୋତାଙ୍କୁ ଆଜି ବି ରୋମାଞ୍ଚିତ କରେ।

Leave a Reply

Your email address will not be published. Required fields are marked *