ରାଜ୍ୟ

୬୫ ଟନ ଚୋରା କୋଇଲା ଜବତ

Spread the love

ତାଳଚେର ଖଣି ଉପନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ ବେଆଇନ କୋଇଲା ଡିପୋରେ ଚଢ଼ଉ କରି ବିପୁଳ ପରିମାଣର ଚୋରା କୋଇଲା ଜବତ କରିଥିବା ଜଣା ପଡ଼ିଛି। କଣିହା କୋଇଲା ଖଣିରୁ ଗତ କିଛି ଦିନ ହେଲା କୋଇଲା ଚୋରା ଚାଲାଣ ହେଉଥିବା ନେଇ ତାଳଚେର ଡିଡିଏମ୍‌ ଖବର ପାଇଥିଲେ। ଯାହାକୁ ଆଧାର କରି  ଡିଡିଏମ ସାମଲ ଏବଂ ପୁଲିସ କର୍ମଚାରୀଙ୍କ ସହଯୋଗରେ କଂସମୁଣ୍ଡା ଗ୍ରାମରେ ବେଆଇନ କୋଇଲା ଡିପୋରେ ଚଢ଼ଉ କରିଥିଲେ |ଏଥିରେ ୬୫ ଟନ ଚୋରା କୋଇଲା ଜବତ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ ବୋଲି ସେ  ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *