ଦେଶ ବିଦେଶ

ସୋଲାନରେ ବାଦଲଫଟା ବର୍ଷା

Spread the love

ହିମାଚଳପ୍ରଦେଶରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ସୋଲାନ ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି। ଜିଲ୍ଲାର କାନ୍ଦାଘାଟ ସବଡିଭିଜନର ମମଲିଗ ଉପତହସିଲର ଜାଡନ ଗ୍ରାମରେ ରାତି ସାଢ଼େ ଗୋଟାଏ ସମୟରେ ଦୁଇ ଘର ଏବଂ ଗୋଟିଏ ଗୋଶାଳ ବନ୍ୟା ଜଳରେ ଭାସି ଯାଇଛି। ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଏର୍ଯ୍ୟନ୍ତ ଚାରିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାବ୍ୟତୀତ ପୁରା ରାଜ୍ୟରେ ଭୂ-ସ୍ଖଳନ ଜାରି ରହିଛି। ଏଥିପାଇଁ ଯାତାୟତ ବନ୍ଦ ରହିଛି। ମଣ୍ଡିରେ ମଧ୍ୟ ବର୍ଷା ଏବଂ ଭୂ-ସ୍ଖଳନର ଭୟଙ୍କର ରୂପ ଦେଖିବାକୁ ମିଳିଛି।

ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି ରହିଛି ଏବେ ବି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଦୁଇ ପରିବାରର ସଦସ୍ୟ ରିତୁ ରାମ ଏବଂ କମଲେଶଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷାରେ ମାଟି ଧସି ଉଭୟ ପାର୍ଶ୍ବରୁ ରାସ୍ତା ଭାଙ୍ଗି ଯାଇଛି ଏବଂ ଏହି କାରଣରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୭ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହିମାଚଳରେ ବାରମ୍ବାର ଭୂ-ସ୍ଖଳନ ଏବଂ ପ୍ରବଳ ବର୍ଷା ଲାଗି ରହିଥିବାରୁ ପର୍ଯ୍ୟଟକମାନଙ୍କୁ ଉକ୍ତ ସ୍ଥାନକୁ ବୁଲିବାକୁ ଯିବାପାଇଁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *