୧୨ ଆତଙ୍କବାଦୀଙ୍କୁ ନିପାତ କଲା ପାକିସ୍ତାନୀ ସୁରକ୍ଷା ବାହିନୀ
ପାକିସ୍ତାନୀ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ବିରୋଧରେ ସୈନ୍ୟ ଅଭିଯାନ ଆରମ୍ଭ କରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇଟି ଅଭିଯାନରେ ୧୨ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।ଏ ନେଇ ବୁଧବାର ସୂଚନା ଦେଇ ସେନା କହିଛି ଯେ ଖୈବର ପଖତୁନଖୱାର ମିରାନଶାହ ଜିଲ୍ଲାରେ ନଭେମ୍ବର ୧୨ ଏବଂ ୧୩ରେ ପ୍ରଥମ ଅଭିଯାନ ଚଳାଯାଇଥିଲା । ଉତ୍ତର ୱଜିରିସ୍ତାନ ଅଞ୍ଚଳରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଛନ୍ତି । ୬ ଆତଙ୍କବାଦୀ ଆହତ ମଧ୍ୟ ହୋଇଛନ୍ତି ।
