ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ
ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ ଓ ତାଙ୍କର ୧୫ଜଣିଆ ଟିମ୍ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରିବେ । ମଙ୍ଗଳବାର ଅପରାହ୍ନରେ କମିଶନ ଓ ତାଙ୍କ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ବୁଧବାର ପୁରୀ ଓ କୋଣାର୍କ ଯିବେ । ୬ ତାରିଖରେ ରାଜ୍ୟ ସରକାର ଓ ରାଜ୍ୟ ଅର୍ଥ କମିଶନଙ୍କ ସହ ଆଲୋଚନା ହେବ । ରାଜ୍ୟ ଅର୍ଥ କମିଶନଙ୍କ ସହ ଆଲୋଚନା ପରେ ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାର କର୍ମଚାରୀ ସଂଘକୁ ଭେଟିବେ । ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ ମଧ୍ୟ କମିଶନ ସଦସ୍ୟ ଭେଟିବେ।

