ଟ୍ୱିନ୍ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି
ଟ୍ୱିନ୍ ସିଟିରେ ପେଟ୍ରୋଲିଂକୁ ଅଧିକ କଡା କଡି କରିବା ସହ ବ୍ଲକିଂ ଚେକିଂକୁ ଅଧିକ କରିବା ପାଇଁ ଗତ ରବିବାର ନିର୍ଦ୍ଦେଶ ଦେଇଥିଲେ ସରକାର। ପୋଲିସ କମିଶନରଙ୍କୁ ସରକାର ନିର୍ଦ୍ଦେଶ ଦେବା ପରେ ଅକ୍ଟନ ମୋଡକୁ ଆସିଛି ପୋଲିସ । ଭୁବନେଶ୍ୱରର ସବୁ ଛକ ଗୁଡିକରେ ପୋଲିସ ଜୋରଦାର ଚେକିଂ କରିଥିଲା । ଖାରବେଳ ନଗର, ରାଜମହଲ , ଏୟାରପୋର୍ଟ ଛକ, ଡମନା ଛକ, ପଟିଆ ଛକ ସହ ଅନ୍ୟ ଛକ ଗୁଡିକରେ ଗାଡ଼ି ଅଟକାଇ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଚେକ୍ ସହ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଇଥିଲା । ଭୁବନେଶ୍ୱର ଡିସିପି ସବୁ ଛକ ବୁଲି ବୁଲି ପଇଁତରା ମାରିଥିଲେ । କିଏ ନିୟମ ଉଲଘଂନ କରୁଛି ଆଉ କିଏ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଛି ତାହା ମଧ୍ୟ ଯାଞ୍ଚ କରାଯାଇଥିଲା ।

