ଓଡିଶା ଆସିବେ ରେଳମନ୍ତ୍ରୀ
ତିନି ଦିନିଆ ଓଡିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 19 ଜୁନ୍ ରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ । ତାଙ୍କ ଗସ୍ତ ସମୟରେ ୧୯ ତାରିଖ ସନ୍ଧ୍ୟାରେ ସେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମୀକ୍ଷା କରିବେ । ଜୁନ ୨୦ ତାରିଖ ପୂର୍ବାହ୍ନରେ ରେଳମନ୍ତ୍ରୀ ପୁରୀରେ ରଥଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିବେ । ଏହାସହ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ବ୍ୟତିତ ରେଳମନ୍ତ୍ରୀ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ।
