ମନୋରଞ୍ଜନ

ବିବାହ କଲେ କରଣ ଦିଓଲ

Spread the love

ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲ ନାମୀଦାମୀ ଫିଲ୍ମ ମେକର ବିମଲ ରୟଙ୍କ ଅଣ ନାତୁଣୀ ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି। ଆଜି ବଲିଉଡର ସବୁ ସେଲିବ୍ରିଟି ଏହି ମ୍ୟାରେଜ ଫଙ୍କସନରେ ଯୋଗ ଦେଇଥିଲେ। ଆଜି ସେମାନଙ୍କ ବିବାହ ଫଙ୍କସନର ଫଟୋ ସାମ୍ନାକୁ ଆସିଛି। ବିବାହ ଫଙ୍କସନ ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ହୋଇଛି। କରଣ ଓ ଦ୍ରିଶାଙ୍କ ବିବାହ ଆର୍ଯ୍ୟ ସମାଜର ରୀତିନୀତି ଅନୁଯାୟୀ ଅଗ୍ନିସାମ୍ନାରେ ସାତଫେରା ନେଇ ହୋଇଛି। ଏହି ବିବାହର ରିସେପଶନ ବି ସେହି ହୋଟେଲରେ ରବିବାର ରାତିରେ ହେବ ବୋଲି ଜଣାପଡ଼ିଛି। ୨୦୧୯ରେ କରଣ ଦେଓଲ `ପଲ ପଲ ଦିଲ କେ ପାସ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ୨୦୨୧ରେ ମୁଭି `ଭିଲ୍ଲେ’ରେ ବି ସେ କାମ କରିଥିଲେ। ଏପଟେ ଦ୍ରିଶାଙ୍କ ପିତା ସୁମିତ ଆଚାର୍ଯ୍ୟ ଓ ମା’ ଚିମ୍ବୁ ଆଚାର୍ଯ୍ୟ ଦୁବାଇରେ ରୁହନ୍ତି। ଦ୍ରିଶା ତାଙ୍କ ମା’ଙ୍କ କମ୍ପାନୀରେ ନ୍ୟାସନାଲ ପ୍ରୋଗ୍ରାମ ମ୍ୟାନେଜର ଭାବେ କାମ କରନ୍ତି।

Leave a Reply

Your email address will not be published. Required fields are marked *