ମନୋରଞ୍ଜନ

ଲାପତା ଲେଡିଜ୍ ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା

Spread the love

‘ଲାପତା ଲେଡିଜ୍’କୁ ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ କରାଯାଇଛି । ଆସାମୀ ନିର୍ଦ୍ଦେଶକ ଜାହ୍ନୁ ବରୁଆଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଚୟନ କମିଟି ଏହି ଫିଲ୍ମକୁ ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ ଲାପତା ଲେଡିଜ୍ । ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଛି କିରନ ରାଓ-ଆମୀର ଖାନଙ୍କ ଫିଲ୍ମ ଲାପତା ଲେଡିଜ୍ । ମାର୍ଚ୍ଚ ପହିଲାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା ।  ବହୁଚର୍ଚ୍ଚିତ ଫିଲ୍ମ ଲାପତା ଲେଡିଜ ଟରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ହୋଇଥିଲା । ଓସ୍କାର ଫିଲ୍ମ ଫେଷ୍ଟିଭାଲରେ ସାମିଲ ପାଇଁ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ 29ଟି ଫିଲ୍ମର ତାଲିକା ପ୍ରସ୍ତୁତ ହୋଇଥିଲା । ଶେଷରେ ବାଜି ମାରିଥିଲା ଲାପତା ଲେଡିଜ୍ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ଆଧାରିତ।

ଏହି ଚଳଚ୍ଚିତ୍ରଟି 12 ଟି ହିନ୍ଦୀ ଚଳଚ୍ଚିତ୍ର, 6 ଟି ତାମିଲ ଏବଂ 4 ଟି ମାଲାୟାଲମ୍ ଚଳଚ୍ଚିତ୍ର ମଧ୍ୟରୁ ମନୋନୀତ ହୋଇଛି । ଚଳିତ ବର୍ଷ 13 ଜଣ ଜୁରୀ ମେମ୍ବର ରହିଛନ୍ତି । ଏହି ଫିଲ୍ମଟି ଚୟନ ହୋଇଥିବା ଅନ୍ୟ 29ଟି ଫିଲ୍ମ ମଧ୍ୟରୁ ଚୟନ ହୋଇଛି ।  ତେବେ ଏନେଇ କୃତଜ୍ଞତା ଜଣାଇଛନ୍ତି କିରଣ ରାଓ ।

ସେ କହିଛନ୍ତି ,ଆମ ଚଳଚ୍ଚିତ୍ର ଲାପତା ଲେଡିଜ୍ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଭାବରେ ମନୋନୀତ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଆନନ୍ଦିତ  ।

Leave a Reply

Your email address will not be published. Required fields are marked *