ସ୍ୱାସ୍ଥ୍ୟ

ଶୁଣିବାକୁ ମିଳୁଛି କରୋନା ଲେଉଟୁଛି

Spread the love

ପୁଣି ଲକଡାଉନ୍। ପୁଣି ସର୍ଟଡାଉନ। ପୁଣି ଥରେ କୋଭିଡ କଟକଣା ଭିତରେ ଆମେ ଆମ ଜୀବନକୁ ସନ୍ତୁଳନ ରକ୍ଷା କରିବାକୁ ପଡିବ। କଟକଣା ମାନି ଚଳିବାକୁ ପଡିବ। ମୁହଁରେ ବାନ୍ଧିବାକୁ ପଡିବ ମାସ୍କ ଆଉ ହାତ ଖୋଜିବ ସାନିଟାଇଜର। ଏ କଥା କହିବାର ଅଭିପ୍ରାୟ, ଦେଶରେ ଖୁବ୍‌ ଶୀଘ୍ର ଆଉ ଏକ କୋଭିଡ୍‌ ଲହର ଆସିବାକୁ ଯାଉଛି। ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମୁଛି। ଫଳରେ ଖୁବଶୀଘ୍ର ନୂଆ ଭାରିଏଣ୍ଟରେ କରୋନା ଲହର ମାତିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଭାରତ ଏହାକୁ ନିୟନ୍ତ୍ରଣ କରିବାପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି। କରୋନା ଟିକାକରଣ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO କହୁଛି। ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ଆମେ କିଛି ରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହେଉଛି। ଯାହାକୁ ଦେଖି ନିଦ୍ବନ୍ଦ୍ବରେ କୁହାଯାଇପାରେ ଯେ, ଭାରତରେ ସ୍ଥିତି ମଧ୍ୟ ଅଡୁଆରେ ପଡିପାରେ। ଇତି ମଧ୍ୟରେ କରୋନାର କହରକୁ ଭାରତ ଭୋଗି ସାରିଥିଲେ ବି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମିନି। ବଢ଼ିନାହିଁ ବେଡ କି ନୂଆ ପଡିନାହିଁ ଅତିରିକ୍ତ ଆଇସିୟୁ ବେଡ। ଡକ୍ଟର ପୁନମଙ୍କ ମତରେ ରୋଗ ପ୍ରତିରୋଧକ ଶକ୍ତି କମୁଛି। ଏବେ କରୋନାର ନୂଆ ଭାରିଏଣ୍ଟ ଆମ ମଣିଷମାନଙ୍କୁ କବଳିତ କରିବାକୁ ଶିଘ୍ର ସକ୍ଷମ ହେବ। ଏଣୁ ଆମେ ଯଥା ସମ୍ଭବ ସୋଶିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ସହ, ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ଭଲ। ଅବଶ୍ୟ ଏହି ଲହର ପୂର୍ବ ଭଳି ବିପଜ୍ଜନକ ହେବନାହିଁ ବୋଲି କୁହାଯାଉଛି। କିନ୍ତୁ ଆମକୁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କରୋନା ନିୟନ୍ତ୍ରଣ ଦିଗରେ ଟିକାକରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଟିକାକରଣ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଡକ୍ଟର ପୁନମ କହିଛନ୍ତି, କରୋନାର ଲକ୍ଷଣ ଦେଖାଦେଲେ ଆମେ ନିଜକୁ ପୃଥକ୍‌ କରି ରଖିବା ଉଚିତ।

Leave a Reply

Your email address will not be published. Required fields are marked *