ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ରେଜଲ୍ଟ ଘୋଷଣା । କଳାରେ ମୋଟ୍ ପାସ୍ ହାର 78.88 ପ୍ରତିଶତ । କଳାରେ ପୁଅଙ୍କ ପାସ୍ ହାର 70.43 ପ୍ରତିଶତ । କଳାରେ ଝିଅଙ୍କ ପାସ୍ ହାର 85.66 ପ୍ରତିଶତ । ଭୋକେସନାଲରେ ମୋଟ୍ ପାସ୍ ହାର 67.48 ପ୍ରତିଶତ । ଭୋକେସନାଲରେ ପୁଅଙ୍କ ପାସ୍ ହାର 64.23 ପ୍ରତିଶତ । ଭୋକେସନାଲରେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ । www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
