ଭାରତ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଚାମ୍ପିଅନ୍
ଭାରତ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଚାମ୍ପିଅନ୍। ଲେବାନନ୍କୁ ହରାଇ ଦ୍ଵିତୀୟ ଥର ପାଇଁ ଚାମ୍ପିଅନ୍ ହେଲା ଭାରତ। ଲେବାନନ୍କୁ 2-0 ଗୋଲ୍ରେ ହରାଇ ଟାଇଟଲ୍ ହାତେଇଲା ଭାରତ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ଫାଇନାଲ୍ ଟକ୍କର। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର ସନଡେର ହାଇଭୋଲଟେଜ ଫାଇନାଲ ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀ ଏବଂ ଲାଲିଆନଜୁଆଲାଙ୍କ ସୁପର ଗୋଲ ସହ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଚାମ୍ପିଅନ୍ ହୋଇଛି। ଘରୋଇ ଦଳ 2-0ଗୋଲରେ ଲେବାନନକୁ ହରାଇ ଦ୍ବିତୀୟ ଥର ଚମ୍ପିୟାନ ହୋଇଛି। ଏହା ପୂର୍ବରୁ 2018ରେ ମଧ୍ୟ ଭାରତ ଚମ୍ପିୟାନ ହୋଇଥିଲା।
